Saturday 13 October 2018

ଭାରତୀୟ ଡାକ - ଜାତୀୟ ଡାକ ସପ୍ତାହ ଉପଲକ୍ଷେ

   ଶ୍ରୀ ସୌମିତ୍ରି ମିଶ୍ର

     ✒ ଆରେ ଶୁଣୁଛ । ରାମ କହୁଥିଲା କାଲି ବ୍ୟାଙ୍କ ଛୁଟି । ତୁମେ ଟିକେ ଆଜି ପଇସା ଜମା କରିଦେଲେ ହୁଆନ୍ତାନି । ତୁମର ସବୁବେଳେ ସେ ତରତର ହେବା ଗୁଣଟା ଗଲାନି । ଆଜି ନହେଲେ କାଲିହେବ , ନହେଲେ ପହରଦିନ ହେବ । ଏତେ ବ୍ୟସ୍ତ  କାହିକି ? ସକାଳୁ ସକାଳୁ ତ୍ରିପାଠୀ ବାବୁ ଆଉ ତାଙ୍କ ଧର୍ମପତ୍ନୀ ଏମିତି ଝଗଡା କରୁ କରୁ ପଡିଶା ଘର  ସାହୁ ବାବୁ ଆସି ପହଂଚିଲେ । ଏହାପରେ ତ୍ରିପାଠୀ ବାବୁ ଚୁପ ହେଇଗଲେ । ସାହୁ ବାବୁ ପଚାରିଲେ କଣ କେମିତି ଅଛନ୍ତି? ଭଲ ଅଛି । ଆଉ ପିଲାମାନେ କାହିଁ ଦେଖା ଯାଉନାହାନ୍ତି । ସେମାନେ ଟିକେ ପୂଜା ଛୁଟିରେ ମାମୁଁ ଘରେ ଅଛନ୍ତି । କାଲି ଆସିବେ । ଆରେ ମିତା ସାହୁ ବାବୁ ଆସିଛନ୍ତି । ଟିକେ ଚା ଆଣ । ଏହା ଶୁଣି ସାହୁ ବାବୁ କହିଲେ ନାମ ଚା କଣ ହେବ । ମୁଁ ଏପଟେ ମର୍ନିଂ ୱାକ୍ ରେ ଯାଉଥିଲି ତ ଭାବିଲି କେତେଦିନ ହେଲା ପିଲାମାନଙ୍କୁ ଟିକେ ଦେଖନିି ତେଣୁ ତାଙ୍କୁ ଦେଖିବାକୁ ଚାଲିଆସିଲି । କିନ୍ତୁ ସେମାନେ ତ ଆସିନାହାନ୍ତି , କାଲି ଆସିଲେ ଦେଖାହେବ ।  ଆରେ ସେମିତି କେମିତି ହେବ ପିଲାମାନେ ନାହାନ୍ତି ବୋଲି ଆପଣ ପଳେଇବେ । ରୁହନ୍ତୁ ଟିକେ କଥା ହେବା । ଦେଖୁନାହାନ୍ତି ସକାଳୁ ସକାଳୁ ମିତା ମୋ ସାଙ୍ଗରେ ଝଗଡା କରୁଛି, କହୁଛି ବ୍ୟାଙ୍କ କାଲି ବନ୍ଦ ହେଇଯିବ ଆଜି ପଇସା ରଖି ଦେଇଆସିବା । ତର ଏକ ଜିଦ୍ ସେ ଆଜି ଯିବ । ଏହା ଶୁଣି ସାହୁ ବାବୁ କହିଲେ, ବ୍ୟାଙ୍କ କାହିଁକି? ତୁମ ଘର ପାଖରେ ତ ଡାକଘର ଅଛି । ସେଠାରେ ରଖିଦଉନ । ଡାକଘର?? ସେଠାରେ ବି ରଖିହେବା । କଣ ତ୍ରିପାଠୀ ବାବୁ ତୁମ ଘର ପାଖରେ ଡାକଘର ଥାଉ ଥାଉ ତୁମେ ବ୍ୟାଙ୍କ ଯିବ । ତାଛଡା ଡାକଘରେ “ଡାକଘର ସ୍ୱଳ୍ପ ସଞ୍ଚୟ ଯୋଜନା” ଅଧୀନରେ ଅନେକ ଗୁଡାଏ ଜମା ଯୋଜନା ଅଛି । ବ୍ୟାଙ୍କ ଠାରୁ ବହୁତ ଭଲ ଯୋଜନା ଡାକଘରେ ଉପଲବ୍ଧ । ତାହା ପୁଣି ଆକର୍ଷଣୀୟ ସୁଧରେ । ଏହା ଶୁଣି ତ୍ରିପାଠୀ ବାବୁ କହିଲେ ,”ଶୁଣୁଛ, ଆସ ଆସ ସାହୁ ବାବୁ ଙ୍କ ଠାରୁ ଶୁଣ । କିଛିନବୁଝି ଖାଲି ମୋ ସଙ୍ଗେ ଝଗଡା । ପଇସା ଆଜି ଡାକଘରେ ରଖିଦେବା । ଅଜିଠୁ ବ୍ୟାଙ୍କ ଯିବା ବନ୍ଦ । ତୁମର ସମୟ ବି ବଂଚିବ । ମୁଁ ବି ଆଉହଇରାଣ ହେବିନି । ସାହୁ ବାବୁ ଙ୍କଠାରୁ ସବୁବୁଝ , ମୋରଡେରି ହେଲାଣି ମୁଁ ଯାଉଛି ।

   ✒ କିଛି ସମୟପରେ ଚା କପ ଧରି ମିତାଦେବୀ ଆସିଲେ ଓ ସାହୁବାବୁଙ୍କୁ ଚା କପ ଟି ବଢାଇଦେଇ କହିଲେ କଣକହୁଥିଲେ ମୋତେ ଟିକେ କହିଲେ, ନହେଲେ ତାଙ୍କ ଉପରେ ସବୁ ବେଳେ ନିର୍ଭର କରିବାକୁ ପଡୁଛି । ଆରେ ନାହିଁ , ସେମିତି କିଛି ନୁହ । ତ୍ରିପାଠୀ ବାବୁ ପଇସା ରଖିବା କଥା କହୁଥିଲେ ତ, ମୁଁ କହିଲି ଘର ପାଖେ ଡାକ ଘର ଥାଉ ଥାଉ ବ୍ୟାଙ୍କ କାହିଁକି ଯିବ । ଠିକ ଅଛି । ମୋତେ ତାହେଲେ ଟିକେ କୁହନ୍ତୁ , ଡାକ ଘର ବିଷୟରେ ମୁଁ ବି ପିଲାଙ୍କ ପାଇଁ କିଛି ପଇସା ରଖିବା ପାଇଁ ଚାହୁଁଚି। ନହେଲେ ୟାଙ୍କର ଯେମିତି ଖର୍ଚ ପିଲାଙ୍କ ପାଇଁ କିଛି ରଖି ପାରିବେନି । ଏହା ଶୁଣି ସାହୁବାବୁ କହିଲେ ହାଉ ମୁଁ କହୁଛି ଶୁଣ । 

            ✒ କେନ୍ଦ୍ର ସରକାରଙ୍କ ସର୍ବପୁରାତନସରକାରୀସଂସ୍ଥା ହେଊଛି ଡାକ ବିଭାଗ । ଏଥିରେ  “ଡାକ ଘର ସ୍ୱଳ୍ପ ସଞ୍ଚୟ ଯୋଜନା “ ଅଧୀନରେ ଅନେକ ଯୋଜନା ଅଛି । ସେଗୁଡିଆ ହେଲା

      ୧) ଡାକଘର ସଞ୍ଚୟ ଖାତାଯୋଜନା (ପୋଷ୍ଟ ଅଫିସ ସେଭିଙ୍ଗ ବ୍ୟାଙ୍କ ଆକାଉଣ୍ଟ)।

      ୨) ୧ /୨/୩/୫ ବର୍ଷିଆ ଅବଧୀ ଜମା ଯୋଜନା( ଟି. ଡି ଆକାଉଣ୍ଟ) ।

     ୩) ଡାକ ଘର ଆର .ଡି  ଜମା ଯୋଜନା ( ପୋଷ୍ଟଅଫିସ ଆର . ଡି ଆକାଉଣ୍ଟ) ।

    ୪)  ୫ ବର୍ଷିଆ ଜାତୀୟ ସଞ୍ଚୟ ସାର୍ଟିଫିକେଟ ( ୫ ବର୍ଷୀୟ ଏନ.ଏସ.ସି )।

    ୫)  କିଷାନବିକାଶ ପତ୍ର( କେ.ଭି.ପି)।

   ୬) ମାସିକ ଆୟ ଯୋଜନା(ଏମ. ଆଇ.ସ)।

   ୭) ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ।

   ୮)ବରିଷ୍ଠ ନାଗରିକ ଜମା ଯୋଜନା ।

 ୯) ପବ୍ଲିକ ପ୍ରୋଭିଡେଣ୍ଟ  ଫଣ୍ଡ ଆକାଉଣ୍ଟ ।

୧୦)ଆଇ.ପି.ପି.ବି ଆକାଉଣ୍ଟ ।
    
୧) ଡାକଘର ସଞ୍ଚୟ ଖାତାଯୋଜନା (ପୋଷ୍ଟ ଅଫିସ ସେଭିଙ୍ଗ ବ୍ୟାଙ୍କ ଆକାଉଣ୍ଟ)
*************************

    ✒ ତୁମେ ଯେଉଁ ପଇସାରଖିବାକୁ ତ୍ରିପାଠୀ ବାବୁଙ୍କୁକହୁଥିଲା । ସେହି ବ୍ୟାଙ୍କ ଆକାଉଣ୍ଟ ଭଳି ଡାକଘରେ ଏମିତିଆକାଉଣ୍ଟ ଖୋଲାଯାଇପାରିବା । ସିଂଗଲ,ଜୟେନ୍ଟ ଏ ଓ ବି ଖୋଲିପାରିବା । ଏବେ ସଞ୍ଚୟ ଖାତା ରେ ଡାକ ଘରେ ମାଗଣାରେ ଏଟିଏମ ବିମିଳୁଛି । ମାତ୍ର 50 ଟଙ୍କା ରେଆକାଉଣ୍ଟଖୋଲାଯାଇପାରିବା । ନିଜର ଆଧାର ଓ ଅନ୍ୟ ସବୁ କେ. ୱା.ସି ଦେଇ ଏହିଆକାଉଣ୍ଟ ଖୋଲିହେବା ।ଏଥିରେ ମିଳୁଥିବାଏଟିଏମ ରୁଉଭୟ ବ୍ୟାଙ୍କ ଓ ଡାକଘର ଏଟିଏମ ରୁଟଙ୍କା କାଢିହେବ । ଏଥିରେ ବାର୍ଷିକ 4% ସୁଧ ମିଳେ। ଏହା ସହନିଜ ମୋବାଇଲନମ୍ବର ରେ ମାଗଣା ରେ ଏସ୍.ଏମ୍.ଏସ୍ ଆସିବାର ସୁବିଧା ବି ଅଛି। ନୋମିନୀସୁବିଧା ଉପଲବ୍ଧ।



୨) ୧ /୨/୩/୫ ବର୍ଷିଆ ଅବଧୀ ଜମା ଯୋଜନା( ଟି. ଡି ଆକାଉଣ୍ଟ) ।
*************************

 ✒  ଏହା ଆଉ ଏକ ଆକର୍ଷଣୀୟ ଜମା ଯୋଜନା । ଏହା ୧/୨/୩/୫ ବର୍ଷୀୟ ବିଭିନ୍ନ ଭାବରେଅଛି । ସର୍ବନିମ୍ନ ୧୦୦ ଟଙ୍କା ରୁ ଆରମ୍ବ । ସର୍ବାଧିକସୀମା ନହିଁ । ଏହାର ସୁଧ ୧ ବର୍ଷ ପାଇଁ- ୬.୯ , ୨ ବର୍ଷ ପାଇଁ-୭ , ୩ ବର୍ଷ ପାଇଁ-୭.୨, ୫ ବର୍ଷ ପାଇଁ- ୭.୮ % ଅଛି । ୬ ମାସ ପରେ ପଇସା ଦରକାର ପଡିଲେ ବି ପଇସା କାଢି ହେବ, କିନ୍ତୁ ଟିକେ ସୁଧ କମିଯିବା । ଏହାର ସୁଧ ଚକ୍ରବୃଦ୍ଧୀ ହୋଇ ମିଳେ । ୫ ବର୍ଷୀୟ ଜମା ରେ ଆୟକରରିହାତି ବି ରହିଛି । ଏଥିରେ ମଧ୍ୟ ନୋମିନୀ ସୁବିଧା ଅଛି।

୩) ଡାକ ଘର ଆର .ଡି  ଜମା ଯୋଜନା ( ପୋଷ୍ଟଅଫିସ ଆର . ଡି ଆକାଉଣ୍ଟ) ।
*************************

  ✒ ଆର୍.ଡ଼ି ଆକାଉଣ୍ଟ ଡାକଘରର ଆଉ ଏକ ଭଲ ଯୋଜନା । ଏଥିରେ ସର୍ବ ନିମ୍ନ ୧୦ ଟଙ୍କା ରଖିହେବା। ସର୍ବାଧିକ ସୀମା ନହିଁ । ଏଥିରେ ପ୍ରତି ମାସରେ ପଇସା ଜମା କରିବାକୁ ହୁଏ ।ପାଞ୍ଚ ବର୍ଷ ପରେ ସୁଧସହ ପଇସା ଦିଆଯାଏ । ଗ୍ରାହକ ଚାହିଁଲେ ତାହାକୁ ୧୦ ବର୍ଷ ପର୍ଜନ୍ତ ଚଳେଇପାରିବା । ଏଥିରେ ଏବେ ସୁଧ ୭.୩ % ଅଛି । ତାହାକୁ ଏସ୍.ବି ଆକାଉଣ୍ଟ ସହ ଲିଙ୍କ କରିଦେଲେ ପଇସାପ୍ରତିମାସରେ ମନକୁ ମନ ଜମା ହେଇଯିବା । ୧ ବର୍ଷ ପରେ ପଇସା ଦରକାର ପଡିଲେ ଏଥିରୁ ମୂଳ ଜମା ର ୫୦% ଲୋନ କରିହେବ । ୩ ବର୍ଷ ପରେ ବି ଅସୁବିଧା ସମୟରେ ଆକାଉଣ୍ଟ ବନ୍ଦ କରି ଏସ୍.ବି ସୁଧ ରେ ପଇସା ମିଳିପାରିବ। ନୋମିନି ସୁବିଧା ମଧ୍ୟ ଅଛି॰


୪)  ୫ ବର୍ଷିଆ ଜାତୀୟ ସଞ୍ଚୟ ସାର୍ଟିଫିକେଟ ( ୫ ବର୍ଷୀୟ ଏନ୍.ଏସ୍.ସି )।
*************************

  ✒ ୫ ବର୍ଷୀୟ ଜାତୀୟ ସଞ୍ଚୟ ସାର୍ଟିଫିକେଟ ଯୋଜନା ଅଧୀନରେ ତୁମେ ୫ ବର୍ଷପାଇଁ ପଇସାରଖିପାରିବ । ଏଥିରେ ସୁଧ ହାର ଅଛି ୮% ଯାହା ପ୍ରତି ୬ ମାସ ରେଚକ୍ରବୃଦ୍ଧୀ  ହିସାବ କରାଯାଏ। ଏଥିରେ ଆୟକର ରିହାତି ଅଛି । କିନ୍ତୁ ଏହା ଦରକାର ପଡିଲେ ଅଧା ରୁ ଭାଙ୍ଗୀ ହେବ ନହିଁ। କିନ୍ତୁ ଏହାକୁ ବ୍ୟାଙ୍କରେ ବନ୍ଧାରଖୀ ଲୋନକରି ହେବ । ସର୍ବାଧିକ ସୀମା ନହିଁ। ନୋମିନି ସୁବିଧା ଅଛି।


୫)  କିଷାନବିକାଶ ପତ୍ର( କେ.ଭି.ପି)।
*************************

✒ କିଶାନ ବିକାଶପତ୍ର ଯୋଜନା ଭାରତ ସରକାରଙ୍କଆଉ ଏକ ଭଲ ଯୋଜନା । ଏହାର ଜମା ଅବଧି ୯ ବର୍ଷ ୪ ମାସ । ଏଥିରେ ଆମେ ଯେତିକିପଇସା ରଖୁ ଜମା ଅବଧି

ପୁରାହେଇଗଲେ ତାହାର ଦୁଇଗୁଣପଇସା ମିଳେ। ଏଥିରେ ମାଧେ ସର୍ବାଧିକ ସୀମା ନହିଁ। ଏଥିରେ ସୁଧ ୭.୭ % ଅଛି। ଯାହାପ୍ରତି ୬ ମାସରେ ଚକ୍ରବୃଦ୍ଧି ହିସାବରେ ବାର୍ଷିକ ହିସାବ କରାଯାଏ।୨.୫ ବର୍ଷ ପରେ ମଧ୍ୟ ପଇସା ଦରକାର ପଡିଲେ ଭଙ୍ଗୀ ହୁଏ । ତଛଡା ଏହାକୁ ମଧ୍ୟ ଦରକାର ସମୟରେ ବ୍ୟାଙ୍କ ରେ ବନ୍ଧା ରଖି ଲୋନନେଇ ହେବ । ଏଥିରେ ମଧ୍ୟ ନୋମିନି ସୁବିଧା ଅଛି।


୬) ମାସିକ ଆୟ ଯୋଜନା(ଏମ୍. ଆଇ.ଏସ୍)।
*************************

 ✒ ମାସିକ ଆୟ ଯୋଜନା ଅଧୀନରେ ଜେନ ସିଂଗଲ ଆକାଉଣ୍ଟ ରେ ସର୍ବାଧିକ ୪.୫ ଲକ୍ଷ ଓ ଜୟେନ୍ଟ ଆକାଉଣ୍ଟ ରେ ୯ ଲକ୍ଷ ଟଙ୍କା ରଖିହେବା । ଯୌଥିରେମାସିକ  ୭.୭ % ହିସାବରେ ସୁଧମିଳେ। ଯାହା ଗୋଟିଏ ପେନସନ ଯୋଜନା ଭଳି । ସର୍ବନିମ୍ନ ୧୦୦ ଟଙ୍କା ରଖିହେବା । ଏଥିରେ ମିଳୁଥିବା ସୁଧ କୁ ଏସ୍.ବି ଆକାଉଣ୍ଟ ସହିତଲିଙ୍କ କରିଦେଲେ ତାହାସିଧା ସଳଖ ଏସ୍.ବି ଆକାଉଣ୍ଟ ରେ ଜମା ହେଇଯିବା । ନୋମିନି ସୁବିଧା ମଧ୍ୟ ଅଛି।


୭) ସୁକନ୍ୟା ସମୃଦ୍ଧୀ  ଆକାଉଣ୍ଟ।
************************
  
✒ ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ଡାକଘର ର ଅନ୍ୟ ଏକ ଯୁଗାନ୍ତକରି ଯୋଜନା । ଏହା “ବେଟୀ ବଚାଓ ବେଟୀ ପଢ।ଓ “ ଆନ୍ଦୋଳନ ର ଏକ ଅଂଶବିଶେଷ । ଏହା ଜନ୍ମ ରୁ ୧୦ ବର୍ଷପର୍ଜନ୍ତ ସମସ୍ତ କନ୍ୟା ସନ୍ତାନ ମାନଙ୍କ ପାଇଁ ଉଦ୍ଦିଷ୍ଟ । ଏହାକୁ ପ୍ରଥମେ ୨୫୦ ଟଙ୍କା ଜମା କରି ଖୋଲି ହେବ । ଏହା ୨୧ ବର୍ଷ ପର୍ଯନ୍ତ ଚାଲିବ । ଏହା ପରେ ତାକୁ ବନ୍ଦ କରାଯାଇପାରିବ ।ଏଥିରେ ଶତକଡା ବାର୍ଷିକ ୮.୫ % ସୁଧ ପ୍ରଦନା କରୁଛନ୍ତି । ଝିଅର ପାଠପଢା ଓ ବାହାଘର ପାଇଁ ଉପଯୁକ୍ତ ପ୍ରମାଣ ଦେଇ ଅଧା ପଇସା ଉଠେଇହେବ। ବହଘର ପରେ ଝିଅ ଚାହିଁଲେଆକାଉଣ୍ଟ ବନ୍ଦ କରାଯାଇପାରିବ ।  ଏଇଟା ତୋର କୁନମୁନ ପାଇଁ ବହୁତ ଭଲ ହେବ ।


୮)ବରିଷ୍ଠ ନାଗରିକ ଜମା ଯୋଜନା ।
*************************

  ✒ ବରିଷ୍ଠ ନାଗରିକ ଜମା ଯୋଜନା ଅଧୀନରେ ୬୦ କିମ୍ବା ତାହାଠାରୁ ଅଧିକ କେହିବି ଭାରତୀୟନାଗରିକ ଆକାଉଣ୍ଟ ଖୋଲି ପାରିବ । ଏଥିରେ ସର୍ବନିମ୍ନ ୧୦୦୦ ଟଙ୍କା ଓ ସର୍ବାଧିକ ୧୫ ଲକ୍ଷ ଟଙ୍କା ରଖିହେବ । ଏହାର ସୁଧ ପ୍ରତି ତିନି ମାସରେ ମିଳେ। ଏହାର ସୁଧ ହାର ରହିଛି ୮.୭ % । ଏହି ଖାତା କୁ ମଧ୍ୟ ଏସବି ଆକାଉଣ୍ଟ ସହିତ ଲିଙ୍କ କରି ହେବ, ଯାହା ଫଳରେ ଏହାର ସୁଧ ସିଧାସଳଖ ଏସବି କୁ ଚାଲିଯିବା। ଏଥିରେ ନୋମିନି ସୁବିଧା ମଧ୍ୟ ଅଛି।

୯) ପବ୍ଲିକ ପ୍ରୋଭିଡେଣ୍ଟ  ଫଣ୍ଡ ଆକାଉଣ୍ଟ ।
************************

✒ ପି.ପ.ଏଫ୍ ଅନ୍ୟ ଏକ ଭଲ ଯୋଜନା।ଏହାର ଅବଧି୧୫ ବର୍ଷ । ଏଥିରେ ସର୍ବନିମ୍ନ ୫୦୦ ଟଙ୍କା ଦେଇ ଆକାଉଣ୍ଟ ଖୋଲାଯାଇପାରିବ ।ବର୍ଷକୁ ସର୍ବାଧିକ ୧୫୦୦୦୦ ଟଙ୍କା ଜମା କରାଯାଇପାରିବ। ବର୍ଷକୁ ସର୍ବନିମ୍ନ ଠାରେ ଓ ସର୍ବାଧିକ ୧୨ ଥର ଜମା କରିହେବ। ଏଥିରେ ସୁଧ ହାର ରହିଛି- ୮% ।ଏଥିରେ ଜୟେଣ୍ଟ ଆକାଉଣ୍ଟଖୋଲାଯାଇପାରିବ ନହିଁ। ଜମା ଅବଧି ୧୫ ବର୍ଷ । ଯାହା ୧୫ ବର୍ଷ ପୂରିବା ର ୧ ବର୍ଷ ମଧ୍ୟ ରେ ଆହୁରି ୫ ବର୍ଷ କୁ ବଢା ଯାଇପାରିବ। ଏଥିରେ ମୂଳ ଓ ସୁଧ ବାବଦକୁ ମିଳୁଥିବା ପଇସା ଆୟକର ମୁକ୍ତ। ଏଥିରେ ମଧ୍ୟ ଆୟକର ଛାଡ ସୁବିଧା ଓ ନୋମିନି ସୁବିଧାଉପଲବ୍ଧ ଅଛି । ଜମା କରିବାର ୭ମ ବର୍ଷରୁ ପଇସା ଉଠେଇ ହେବ ଓ ୩ ବର୍ଷ ପରେ ଲୋନ ସୁବିଧା ଅଛି। କିନ୍ତୁ ଏହି ଆକାଉଣ୍ଟ କେବଳ ଡବଲ ହାଣ୍ଡ ଡାକଘର ବ ତାଠୁ ବଡ ଡାକ ଘରେ ଖୋଲି ହେବ କିନ୍ତୁ ଜମା ସବୁଡାକଘରେ କରିହେବ। ଏହାକୁ ବ୍ୟାଙ୍କକୁ ମଧ୍ୟ ଟ୍ରାନଫର କରିହେବ ଓ ବ୍ୟାଙ୍କ ରୁ ମଧ୍ୟ ଡାକଘରକୁ ଟ୍ରାନ୍ସଫର କରି ହେବ।

୧୦)ଆଇ.ପି.ପି.ବି ଆକାଉଣ୍ଟ
*************************

   ✒ ଆଇ.ପି.ପି.ବି ଆକାଉଣ୍ଟ ଭାରତୀୟ ଡାକଘରର ଏକ ନୂଆ ଯୋଜନା । ଏଥିରେ ଯେ କେହି ଭାରତୀୟ ନିଜ ନାମରେ ଆକାଉଣ୍ଟ ଖୋଲିପାରିବ । ଏହା ସଂପୂର୍ଣ ଡିଜିଟାଲ୍ ଆକାଉଣ୍ଟ । ଏଥିପାଇଁ କୌଣସି ଡକ୍ୟୁମେଣ୍ଚ ଜମାକରିବାର ଆବଶ୍ୟକ ନାହିଁ । ଏଥିପାଇଁ କେବଳ ନିଜର ପ୍ୟାନ୍,ଆଧାର ଓ ମୋବାଇଲ୍ ନମ୍ବର ହିଁ ଯଥେଷ୍ଟ । ଏହା ଶୂନ୍ୟ ବାଲାନ୍ସ ରେ ମଧ୍ୟ ଖୋଲାଯାଇପାରିବ । ଘରେ ବସି ମଧ୍ୟ ଖୋଲାଯାଇପାରିବ ଯାହାକୁ ଏକ ବର୍ଷ ମଧ୍ୟରେ କେ.ୱାଇ.ସି ଅପଡେଟ୍ କରିବାକୁ ପଡିବ। ଏଥିରେ ଆମେ ଏନ୍.ଇ.ଏଫ୍ ଟି, ଆର୍.ଟି.ଜି.ଏସ୍ , ଆଇ.ଏମ୍.ପି.ଏସ୍, ଫଣ୍ଡ ଟ୍ରାନ୍ସଫର ଭଳି ଆଧୁନିକ ସୁବିଧା ଉପଲବ୍ଧ । ସୁଧ ୪% ।ସର୍ବାଧିକ ଜମା ସୀମା ୧ ଲକ୍ଷ୍ୟ। ଏହାକୁ ପୋଷ୍ଟ ଅଫିସ୍ ସେଭିଂ ଆକାଉଣ୍ଟ ସହ ଲିଂକ କରିଦେଲେ ଅଧିକ ଟଂକା ମନକୁ ମନ ଏସ୍.ବି ଆକାଉଣ୍ଟ କୁ ଚାଲିଯିବ । ଏହାର ମୋବାଇଲ ଆପ୍ ରୁ ନିଜ ଆର୍.ଡି,ସୁକନ୍ୟା,ପି.ପି.ଏଫ୍,ଆର୍.ଡି ଲୋନ୍ ଆକାଉଣ୍ଟ ରେ କିଛି ସେକେଣ୍ଡ ମଧ୍ୟରେ ଜମା କରିପାରିବେ ।

        ଏହା ବାଦ୍ ଡାକ ଘରେ ଜନସୁରକ୍ଷା ଯୋଜନା ଅଧୀନରେ ଅପି(ଅଟଳ ପେନସନ ଯୋଜନା) , ପ୍ରଧାନ ମନ୍ତ୍ରୀ ବୀମା ଯୋଜନା, ପ୍ରଧାନ ମନ୍ତ୍ରୀ ଜୀବନ ସୁରକ୍ଷା ଯୋଜନା ମଧ୍ୟ ଉପଲବ୍ଧ । ବଡ ବଡ ଡାକଘରେ  ମଧ୍ୟ ଏନ୍.ପି.ଏସ୍(ଜାତୀୟ ପେନସନ ଯୋଜନା) ସୁବିଧା ଚାଲୁଅଛି। । 

     ✒ ଏତକ ଶୁଣିଲା ପରେ ମିତା ଦେବୀ କହିଲେ, ଏତେ ସବୁ ସୁବିଧା ଡାକ ଘରେ ଅଛି । ମୁଁ ଆଜି ଡାକଘରେ ଖାତା ଟିଏ ଖୋଲିବି। ମୋତେ ଟିକେ ଆଗରୁ କହିଲେନି । ତଥାପି ବହୁତ ଧନ୍ୟବାଦ। ଯାହା ହେଉ ଆପଣଙ୍କ ପାଇଁ ମୋତେ ବହୁତ ସମସ୍ୟାରୁ ମୁକ୍ତି ମିଳିଲା ଓ ଡାକଘର ବିଷୟୟରେ ବହୁତ କିଛି ଶୁଣିବାକୁ ଓ ଜାଣିବାକୁ ପାଇଲି।  ଏହାପରେ ସାହୁ ବାବୁ କହିଲେ ଆହୁରି ବହୁତ କଥା ଅଛି ଆଉ କେତେ ବେଳେ କହିବି । ଆସୁଛି ମା । ଆରେ ହଁ, ଏବେ ପର ସାରା ଭାରତରେ ଡାକ ବିଭାଗ "ଜାତୀୟ ଡାକ ସପ୍ତାହ" NATIONAL POSTAL WEEK ପାଳୁଛି ।


      ✒ ଆଜି ପୋଷ୍ଟ ଅଫିସ୍ ଯାଇକି ଆକାଉଣ୍ଟ ଖୋଲିଦେଇ ଆସିବୁ । ମୁଁ ଆସୁଛି । ଶୁଭସ୍ୟ ଶୀଘ୍ରମ ।
    ଭାରତୀୟ ଡାକ "ଜାତୀୟ ଡାକ ସପ୍ତାହ " ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି । 

************************
© ଶ୍ରୀ ସୌମିତ୍ରି ମିଶ୍ର
ସା.ପୋ- ସୁନ୍ଦରଗ୍ରାମ
ଜିଲ୍ଲା-କଟକ
ପିନ-୭୫୪୦୦୨
ରାଜ୍ୟ-ଓଡିଶା
ମୋ-୭୯୭୮୪୫୬୮୭୨

No comments:

Post a Comment