• ଶ୍ରୀ ସୌମିତ୍ରି ମିଶ୍ର
ସା. / ସା.ପୋ- ସୁନ୍ଦରଗ୍ରାମ, ଜିଲ୍ଲା-କଟକ
ପିନ-୭୫୪୦୦୨, ଓଡିଶା
ପିଏଲଆଇ ରେ ମୁଖ୍ୟତଃ ୭ ପ୍ରକାର ର ପଲିସି ଅଛି । ସେଗୁଡିକ ହେଲା-
୧) ହୋଲ ଲାଇଫ ଏଶିଓରେନ୍ସ (ସୁରକ୍ଷା)।
୨)ଏଣ୍ଡୌମେଣ୍ଟ ଏଶିଓରେନ୍ସ(ସନ୍ତୋଷ) ।
୩) କନଭର୍ଟିବିଲ ହୋଲ ଲାଇଫ ଏଶିଓରେନ୍ସ (ସୁବିଧା) ।
୪)ଆଣ୍ଟିସିପେଟେଡ ଏଣ୍ଡୌମେଣ୍ଟ ଏଶିଓରେନ୍ସ(ସୁମଙ୍ଗଳ)।
୫) ଯୁଗଳ ସୁରକ୍ଷା ।
୬)ଭିନ୍ନକ୍ଷମ ମାନଙ୍କ ପାଇଁ ବୀମା ।
୭)ଚିଲଡ୍ରେନ ପଲିସି ।
୧) ହୋଲ ଲାଇଫ ଏଶିଓରେନ୍ସ (ସୁରକ୍ଷା)।
**************************************
ଏହି ପଲିସି ଧାରୀ ମାନେ ନିର୍ଧାରିତ ପରିମାଣ ର ବୀମାରାଶି ଓ ବୋନସ ପାଇବେ , ଯେତେବେଳେ ତାଙ୍କର ମୃତ୍ୟୁ ହେବ । ବିମାଧାରୀ ଙ୍କ ନୋମିନି ବା ଲିଗାଲ ହେୟାର ସେହି ପଇସା ପାଇବେ । ସର୍ବନିମ୍ନ ବୟସ ୧୯ ଓ ସର୍ବାଧିକ ୫୫ ବର୍ଷର ଲୋକ ଏହି ବୀମା ନେଇପାରିବେ । ଏଥିରେ ଜଣେ ବ୍ୟକ୍ତି ସର୍ବନିମ୍ନ ୨୦୦୦୦ ଓ ସର୍ବାଧିକ ୫୦୦୦୦୦୦ ର ବୀମା କରିପାରିବ । ଏହିପଲିସି ନେଇଥିବା ବ୍ୟକ୍ତି ୫୭ ବର୍ଷ ବୟସରେ ତାର ପଲିସି କୁ ଏଣ୍ଡୌମେଣ୍ଟ ଏଶିଓରେନ୍ସ(ସନ୍ତୋଷ) ରେ ରୂପାନ୍ତରିତ କରିପାରିବ ।୪ ବର୍ଷ ପରେ ପଲିସି ଉପରେ ଲୋନ ସୁବିଧା ମଧ୍ୟ ଅଛି ।ଯଦି ପଲିସି କୁ ୫ ବର୍ଷ ପୂର୍ବରୁ ଲୋନ କିମ୍ବା ସରେଣ୍ଡର କରାଯାଏ ତେହେଲେ ଏଥିରେ କୌଣସି ବୋନସ ମିଳିନଥାଏ ।
୨)ଏଣ୍ଡୌମେଣ୍ଟ ଏଶିଓରେନ୍ସ(ସନ୍ତୋଷ) ।
***************************************
ଏହି ସ୍କୀମ ଅଧୀନରେ ପଲିସି ପରିପକ୍ଵ ହେଇଗଲେ ମୂଳ ବିମରାଶି ସହ ବୋନସ ମିଳିଥାଏ । ଯାହା ପଲିସିଧାରୀ କୁ ସେହି ସମୟରେ ପ୍ରଦାନ କରାଯାଏ । ଯଦି ମଝିରେ ପଲିସିଧାରୀ କୌଣସି କାରଣରୁ ମୃତ୍ୟୁ ବରଣ କଲା , ତେବେ ମୂଳ ବୀମାରାଶି ସହ ପ୍ରଯୁଜ୍ୟ ବୋନସ ପଲିସିଧାରୀ ର ନୋମିନୀ ବା ଲିଗାଲ ହେୟାର କୁ ମିଳିଥାଏ । ସର୍ବନିମ୍ନ ବୟସ ୧୯ ଓ ସର୍ବାଧିକ ୫୫ ବର୍ଷର ଲୋକ ଏହି ବୀମା ନେଇପାରିବେ । ଏଥିରେ ଜଣେ ବ୍ୟକ୍ତି ସର୍ବନିମ୍ନ ୨୦୦୦୦ ଓ ସର୍ବାଧିକ ୫୦୦୦୦୦୦ ର ବୀମା କରିପାରିବ । ପଲିସି ଉପରେ ଲୋନ ସୁବିଧା ମଧ୍ୟ ଅଛି । ୩ ବର୍ଷ ପରେ ପଲିସି କୁ ସରେଣ୍ଡର ମଧ୍ୟ କରାଯାଇପାରିବ । ଯଦି ପଲିସି କୁ ୫ ବର୍ଷ ପୂର୍ବରୁ ଲୋନ କିମ୍ବା ସରେଣ୍ଡର କରାଯାଏ ତେହେଲେ ଏଥିରେ କୌଣସି ବୋନସ ମିଳିନଥାଏ ।
୩) କନଭର୍ଟିବିଲ ହୋଲ ଲାଇଫ ଏଶିଓରେନ୍ସ (ସୁବିଧା) ।
***********************************************
ଏହି ସ୍କୀମ ଅଧୀନରେ ଜଣେ ପଲିସିଧାରୀ ପାଖାପାଖି ସନ୍ତୋଷ ପଲିସି ପରି ସୁବିଧା ପାଇଥାନ୍ତି । ଏଥିରେ ବିମାଧାରୀ ଏହି ବିମତିକୁ ୫ବର୍ଷ ପରେ ଏଣ୍ଡୌମେଣ୍ଟ ଏଶିଓରେନ୍ସ ରେ ରୂପାନ୍ତରିତ କରିପାରିବେ । ଏଥିରେ ଜଣେ ବ୍ୟକ୍ତି ସର୍ବନିମ୍ନ ୨୦୦୦୦ ଓ ସର୍ବାଧିକ ୫୦୦୦୦୦୦ ର ବୀମା କରିପାରିବ । କିନ୍ତୁ ୫୫ ବର୍ଷ ପରେ ପଲିସି ରୂପାନ୍ତରଣ କରିପାରିବେ ନାହିଁ । କିନ୍ତୁ ୬ ବର୍ଷ ଭିତରେ ଯଦି ବିମାଧାରୀ ପଲିସି ରୂପାନ୍ତରଣ କରିବେନି , ତେବେ ଏହାକୁ ହୋଲ ଲାଇଫ ଏଶିଓରେନ୍ସ ବୋଲି ଧାରୀ ନିଆଯିବ । ପଲିସି ଉପରେ ଲୋନ ସୁବିଧା ମଧ୍ୟ ଅଛି । ୩ ବର୍ଷ ପରେ ପଲିସି କୁ ସରେଣ୍ଡର ମଧ୍ୟ କରାଯାଇପାରିବ । ଯଦି ପଲିସି କୁ ୫ ବର୍ଷ ପୂର୍ବରୁ ଲୋନ କିମ୍ବା ସରେଣ୍ଡର କରାଯାଏ ତେହେଲେ ଏଥିରେ କୌଣସି ବୋନସ ମିଳିନଥାଏ ।
୪)ଆଣ୍ଟିସିପେଟେଡ ଏଣ୍ଡୌମେଣ୍ଟ ଏଶିଓରେନ୍ସ(ସୁମଙ୍ଗଳ)।
************************************************
ଏହା ମନି ବ୍ୟାକ ପଲିସି । ଏଥିରେ ଜଣେ ବ୍ୟକ୍ତି ସର୍ବନିମ୍ନ ୨୦୦୦୦ ଓ ସର୍ବାଧିକ ୫୦୦୦୦୦୦ ର ବୀମା କରିପାରିବ । ଏହା ସେହି ବିମାଧାରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ , ଯେଉଁମାନେ ନିର୍ଦ୍ଧିଷ୍ଟ ଅନ୍ତରାଳରେ ରିଟର୍ନ ପାଇବାକୁ ଚାହାନ୍ତି । ଏଥିରେ ନିର୍ଧାରିତ ସମୟ ଅନୁଯାଈ ବିମଧାରକ ଙ୍କୁ ରିଟର୍ନ ପ୍ରଦାନ କରାଯାଏ । ଏଥିରେ ୨ ପ୍ରକାର ପଲିସି ଅଛି । ୧୫ ବର୍ଷିୟା ଓ ୨୦ ବର୍ଷୀୟା । ୧୫ ବର୍ଷ ପଲିସି ରେ ପ୍ରଥମ ରିଟର୍ନ ୬ ବର୍ଷ ରେ(୨୦ %) , ଦ୍ଯିତୀୟ ରିଟର୍ନ ୯ ବର୍ଷ ରେ (୨୦ %) , ୧୨ ବର୍ଷ ରେ (୨୦ %) ତୃତୀୟ ପ୍ରଥମ ରିଟର୍ନ ଓ ୧୫ ବର୍ଷ ରେ ୧୫ ବର୍ଷ ରେ (୪୦ %) ରିଟର୍ନ ସହ ବୋନସ ମିଳିଥାଏ । ସେହିପରି ୨୦ ବର୍ଷ ପଲିସି ରେ ପ୍ରଥମ ରିଟର୍ନ ୮ ବର୍ଷ ରେ(୨୦ %) , ଦ୍ଯିତୀୟ ରିଟର୍ନ ୧୨ ବର୍ଷ ରେ (୨୦ %) , ୧୬ ବର୍ଷ ରେ (୨୦ %) ତୃତୀୟ ରିଟର୍ନ ଓ ୨୦ବର୍ଷ ରେ (୪୦%) ରିଟର୍ନ ସହ ବୋନସ ମିଳିଥାଏ । ଯଦି ବୀମାଧାରୀ ଙ୍କର ମଝିରେ ମୃତ୍ୟୁ ହେଇଯାଏ ତେବେ ମିଳିଥିବା ରିଟର୍ନ ରୁ କୌଣସି ପଇସା କଟୀନଥାଏ , ବରଂ ବିମାଧାରୀ ର ନୋମିନି ବା ଲିଗାଲ ହେୟାର କୁ ମୂଳ ରାସୀ ସହ ବୋନସ ମିଳିଥାଏ ।
୫) ଯୁଗଳ ସୁରକ୍ଷା ।
****************
ଏହି ପଲିସି ରେ ଯୁଗଳ ଭାବରେ ବୀମା କରାଯାଏ । ଏଥିରେ ବୀମା କର୍ତା ଙ୍କଜଣେ ସ୍ପାଉସ ମଧ୍ୟ ପିଏଲଆଇ କରିପାରିବେ । ଏଥିରେ ଦୁଇ ଜଣଙ୍କୁ ବୀମା ଯୋଗାଇ ଦିଆଯାଏ । କିନ୍ତୁ ଗୋଟିଏ ପ୍ରିମିୟମ ଦେବାକୁ ପଡେ । ଏଣ୍ଡୌମେଣ୍ଟ ଏଶିଓରେନ୍ସ ର ଅନ୍ୟ ସୁବିଧା ମଧ୍ୟ ଏଥିରେ ସମାନ । ଏଥିରେ ଡାକ୍ତରୀ ପରୀକ୍ଷା ବାଧ୍ୟତାମୂଳକ । ବିନା ଡାକ୍ତରୀ ପରୀକ୍ଷା ପଲିସି (ଆଣ୍ଟିସିପେଟେଡ ଏଣ୍ଡୌମେଣ୍ଟ ଏଶିଓରେନ୍ସ ଓ ଯୁଗଳସୁରକ୍ଷା ପଲିସି ବ୍ୟତିତ) ରେ ଜଣେ ମାତ୍ର ୧୦୦୦୦୦ ର ମୂଳ ବୀମା କରି ପାରିବ । ସର୍ବନିମ୍ନ ବୟସ ୧୯ ଓ ସର୍ବାଧିକ ୫୫ ବର୍ଷର ଲୋକ ଏହି ବୀମା ନେଇପାରିବେ । ଏଥିରେ ଜଣେ ବ୍ୟକ୍ତି ସର୍ବନିମ୍ନ ୨୦୦୦୦ ଓ ସର୍ବାଧିକ ୫୦୦୦୦୦୦ ର ବୀମା କରିପାରିବ । ପଲିସି ଉପରେ ଲୋନ ସୁବିଧା ମଧ୍ୟ ଅଛି ।
୬)ଭିନ୍ନକ୍ଷମ ମାନଙ୍କ ପାଇଁ ବୀମା ।
*************************
ଭିନ୍ନକ୍ଷମ ମାନଙ୍କ ପାଇଁ ସର୍ବାଧିକ ବିମାରାଶି ଅନ୍ୟ ମାନଙ୍କ ଭଳି ସମାନ । ସେମାନେ ଅନ୍ୟ ଯେକୌଣସି ପଲିସି ନେଇପାରିବେ। ଏଥିରେ ଡାକ୍ତରୀ ପରୀକ୍ଷା ବାଧ୍ୟତାମୂଳକ । କାରଣ ଏଥରୁ ସେମାନଙ୍କର ଭିନ୍ନକ୍ଷମ ର ମାତ୍ର ଓ ପ୍ରକୃତ କାରଣ ଉଲ୍ଲେଖ ହେବ ଜରୁରୀ । ସେହି ମାତ୍ର ଓ ରିସ୍କ କୁ ଦେଖି କିଛି ଅଧିକ ପ୍ରିମିୟମ ମଧ୍ୟ ପଡିପାରେ ।
୭)ଚିଲଡ୍ରେନ ପଲିସି ।
********************
ଡାକବିଭାଗ ୨୦.୦୧.୨୦୦୬ ରେ ଏହି ପଲିସି ଶୁଭାରମ୍ଭ କରିଥିଲା । ଏହାର ମୁଖ୍ୟ ଉଦେଶ୍ୟ ହେଉଛି ପିଏଲଆଇ କରିଥିବା ବିମାଧାରୀ ଙ୍କ ପିଲାମାନଙ୍କୁ ବୀମା ସୁବିଧା ପ୍ରଦାନ କରିବା । ଏଥିରେ ସର୍ବାଧିକ ୨ ଜଣ ପିଲାଙ୍କୁ ଏହି ସୁବିଧା ର ଲାଭ ମିଳିପାରିବ ।୫ ରୁ୨୦ବର୍ଷ ର ପିଲାମାନଙ୍କୁ ଏହି ସୁବିଧା ମିଳିବାର ବ୍ୟବସ୍ତା ଅଛି। ସର୍ବାଧିକ ୩ଲକ୍ଷ କିମ୍ବା ପଲିସିଧାରୀ ନେଇଥିବା ବୀମାରାସି , ଯେଉଁଟା କମ ହେବ । ମୁଖ୍ୟ ପଲିସି ଧାରୀ କୁ ୪୫ ବର୍ଷ ରୁ ଅଧିକ ହେଇନଥିବ । ଯଦି ମୁଖ୍ୟ ପଲିସିଧାରୀ ମରିଯାଏ ତେବେପିଲାଙ୍କୁ କୌଣସି ପ୍ରିମିୟମଦେବାକୁ ପଡିନଥାଏ । ପଲିସି ଅବଧି ପରେ ପିଲାଙ୍କୁ ପରିପକ୍ଵ ରାଶି ସହ ବୋନସ ମିଳିଥାଏ । ଏଥିରେ ପିଲାଙ୍କର କୌଣସି ଡାକ୍ତରୀପରୀକ୍ଷା ର ଆବଶ୍ୟକ ପଡିନଥାଏ । କିନ୍ତୁ ପଲିସି ନେବା ଦିନ ସେମାନେ ସୁସ୍ତ ଥିବା ଆବଶ୍ୟକ ।
ପିଏଲଆଇ ରେ ମିଳୁଥିବା ସୁବିଧା
**********************************
ଏଥିରେ ବିମାଧାରୀ କୁ ସର୍ବାଧିକ ରିଟର୍ନ ମିଳେ ଓ ବିମାଧାରୀ କୁ ଅଳ୍ପ ପ୍ରିମିୟମ ଦେବାକୁ ପଡେ ।
ନୋମିନେଶନ ସୁବିଧା ଉପଲବ୍ଧ ।
ପଲିସିଧାରୀ ପଲିସି କୁ ବନ୍ଧା ରଖି ଲୋନ ନେଇପାରିବ ।
ମରିଯାଇଥିବା ପଲିସି କୁ ପୁଣି ଚାଲୁ କରାଯାଇପାରିବ ।
ଯଦି କୌଣସି କାରଣରୁ ପଲିସିଧାରୀ ତାର ବଣ୍ଡ କୁ ହଜେଇ ଦେଇଥାଏ କି ଜଳି ଯାଇଥାଏ , ତାହେଲେ ସେ ଡୁପ୍ଲିକେଟ ବଣ୍ଡ ପାଇବାର ବ୍ୟବସ୍ତା ମଧ୍ୟ ଅଛି ।
ନିଜ ନୂଆ ପୁରୁଣା ପଲିସି ରେ ପଲିସିଧାରୀ ମାନେ ନିଜ ନିଜର ମୋବାଇଲ ଓ ଇମେଲ ଆଇଡ଼ି ଅପଡେଟ କରାଇ ପାରିବାର ସୁବିଧା ଅଛି।
ସାରା ଭାରତର ଯେ କୌଣସି ଡାକଘରେ ପ୍ରିମିୟମ ଜମା କରିବାର ସୁବିଧା ମଧ୍ୟ ଅଛି। ବିମାଧାରୀ ନିଜର ଯେ କୌଣସି ଲୋନ, ମାଚୁରିଟୀ ଆଦି କୌଣସି ସେବା ନିଜର ଘର ପାଖ ଡାକଘରେ ପାଇବାର ସୁବିଧା କରାଯାଇଛି ।
ନୂଆକରି ବିମାଧାରୀ ମାନେ ଅନଲାଇନ ରେ ମଧ୍ୟ ଯେ କୌଣସି ବ୍ୟାଙ୍କ ର ଦେବିଟ ଓ ଏଟିଏମ ମାଧ୍ୟମରେ ପ୍ରିମିୟମ ଜମା କରିପାରିବେ । ଏଥିପାଇଁ ସେମାନଙ୍କୁ https://pli.indiapost.gov.in/CustomerPortal/PSLogin.jsp ଲଗିନ କରିବାକୁ ପଡିବ ।
No comments:
Post a Comment