Sunday 15 December 2019

Regional Strike Campaign Meeting of NFPE, Odisha State CoC at Sambalpur on 15.12.2019

ଅଖିଳ ଭାରତ ଡାକ କର୍ମଚାରୀଙ୍କ ସାଧାରଣ ସଭା ଓ ନିର୍ବାଚନ
          ଦେଶବ୍ୟାପି ଧର୍ମଘଟ କୁ ସମର୍ଥନ, 
- ସଂଘ ସଭାପତି ଶ୍ରୀ ରମେଶ ଚନ୍ଦ୍ର ସାହୁ -

ସମ୍ବଲପୁର ୧୫/୧୨/୨୦୧୯ 
              ଅଖିଳ ଭାରତୀୟ ଡାକ କର୍ମଚାରୀ ୩ୟ ଶ୍ରେଣୀ,ପୋଷ୍ଟମ୍ୟାନ,ଏମ.ଟି.ଏସ,ଗ୍ରାମୀଣ ଡାକ କର୍ମଚାରୀଙ୍କ ମିଳିତ ସାଧାରଣ ସଭା ସମ୍ବଲପୁର ମୁଖ୍ୟ ଡାକଘର ପରିସରରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଵକ୍ତା ଭାବେ ଅଖିଳ ଭାରତ ୩ୟ ଶ୍ରେଣୀ ଡାକ କର୍ମଚାରୀ ଓଡିଆ ପରିମଣ୍ଡଳର ସମ୍ପାଦକ ତଥା କେନ୍ଦ୍ରୀୟ ସଂଗଠନର ସାଂଗଠନିକ ସାଧାରଣ ସମ୍ପାଦକ ସାଥୀ ବୃହସ୍ପତି ସାମଲ, ପୋଷ୍ଟମ୍ୟାନ ଓ ଏମ.ଟି.ଏସ. ସର୍କଲ ସେକ୍ରେଟାରୀ ଏମ ସି ଏସ ରାଓ, ଜି.ଡି.ଏସ. ସର୍କଲ ସେକ୍ରେଟାରୀ ଏନ.ସି. ସିଂ, ସହାୟକ ସର୍କଲ ସେକ୍ରେଟାରୀ ଦୀପ୍ତିରଞ୍ଜନ ମହାନ୍ତି, ଏ.ଆଇ.ପି.ଏସ୍.ବି.ସି.ଓ.ଇ.ଏର ସର୍ବଭାରତୀୟ ସଭାପତି  ଶ୍ରୀକାନ୍ତ କୁମାର ମଲ୍ଲିକ, ଅଖିଳ ଭାରତ ୩ୟ ଶ୍ରେଣୀ ଡାକ କର୍ମଚାରୀ ଓଡିଆ ପରିମଣ୍ଡଳର  ସଭାପତି  ଶ୍ରୀଯୁକ୍ତ ପ୍ରଦୀପ ଚନ୍ଦ୍ର ରାଉତ୍ ଯୋଗଦେଇଥିଲେ । ସଂଘର ସମ୍ପାଦକ ଶ୍ରୀ ଏସ ରାଜା ସେଠି ସୂଚନା ପ୍ରଦାନ କରିଥିବାବେଳେ ସଂଘର ପୂର୍ବତନ ସଭାପତି ଶ୍ରୀ ଶୁଶୀଳ କୁମାର ସେନାପତି ଅଧ୍ୟକ୍ଷତା କରିଥିଲେ । 
  କେନ୍ଦ୍ର ସରକାରଙ୍କ ଶ୍ରମଜୀବୀ ଜନଗଣଙ୍କ ବିରୋଧୀ ନୀତି, ଶ୍ରମ ଆଇନର ସଂଶୋଧନ ପ୍ରକ୍ରିୟା ଆରମ୍ଭକୁ ବିରୋଧ କରିବା, ପୁରୁଣା ଭତ୍ତା କାର୍ଯ୍ୟକାରୀ କରିବା, ଖାଲିଥିବା ପଦବୀଗୁଡିକରେ ନିଯୁକ୍ତି ଦେବା, ସରକାରୀ ଅନୁଷ୍ଠାନର ଘରୋଇକରଣ ତଥା କର୍ପୋରେଟାଇଜେସନକୁ ରୋକିବା ଆଦି ୨୫ ଦଫା ଦାବୀ ନେଇ ଆସନ୍ତା ଜାନୁୟାରୀ ୮ ତାରିଖ ଦେଶବ୍ୟାପି ଧର୍ମଘଟରେ ସମସ୍ତ ଡାକ କର୍ମଚାରୀ ଯୋଗଦେଇ ଭାରତ ବନ୍ଦକୁ ସଫଳ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା । ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୀତି ଯୋଗୁଁ ଦେଶର ସମସ୍ତ ଶ୍ରମଜୀବୀ ଜନଗଣ ଦେଶବ୍ୟାପୀ ଧର୍ମଘଟର ଆହ୍ବାନପାଇଁ ସବୁ ବକ୍ତା ମତବ୍ୟକ୍ତ କରିଥିଲେ । 

ଏହି ସଭାରେ ଖାଲିଥିବା ତୃତୀୟଶ୍ରେଣୀ ସଭାପତି,ସମ୍ବଲପୁର ଡିଭିଜନ ପାଇଁ ଶ୍ରୀ ରମେଶ ଚନ୍ଦ୍ର ସାହୁଙ୍କୁ ନିର୍ଦ୍ୱନ୍ଦରେ ନିର୍ବାଚିତ କରାଗଲା । ବୈଠକରେ ସମ୍ବଲପୁର ଡିଭିଜନ ଅନ୍ତର୍ଗତ ସୁନ୍ଦରଗଡ, ସମ୍ବଲପୁର, ବରଗଡ,ଦେବଗଡ ଓ ଝାରସୁଗୁଡା ର କର୍ମଚାରୀମାନେ ଉପସ୍ଥିତ ଥିଲେ।















No comments:

Post a Comment