Wednesday 6 December 2017

ଉଦୀୟମାନ ତାରକା -ପଙ୍କଜ ଭୁଏ

🏆🏆🏆🎾🏀⚽🎾🏀🏆🏆🏆
                            © ଶ୍ରୀ ସୌମିତ୍ରି ମିଶ୍ର

          ✒ କ୍ରିକେଟ ପାଗଳ ଭାରତରେ ଆମ୍ଭେମାନେ କେବଳ ସଚିନ,ସେହ୍ୱାଗ,ବିରାଟ, ଧୋନୀ ଇତ୍ୟାଦିଙ୍କର ଖେଳ ଦେଖିବାକୁ ଭଲ  ପାଇଥାଉ । କିନ୍ତୁ ସେହି କ୍ରିକେଟ ଭିତରେ ଆଉ କିଛି ସ୍ୱତନ୍ତ୍ର ପ୍ରତିଭା ଙ୍କୁ ଆମେ ଜାଣିପାରୁନI । ସେଥିପାଇଁ ଅନେକ ଗୁଡିଏ କାରଣ ବି ଥାଇପାରେ । କିଛି ବର୍ଷ ତଳେ ମହିଳା କ୍ରିକେଟ ଦଳ ର ଖେଳାଳିମାନଙ୍କୁ ଆମେ ଅଳ୍ପ ବହୁତ ଜାଣିଲେ । ଯଦିଓ  ସେମାନେ ବହୁତଆଗରୁ କ୍ରିକେଟ ଖେଳୁଥିଲେ । କିନ୍ତୁ ଆମର ନଜର ଆଢୁଆଳରେ ରହିଯାଉଥିଲେ । 

        ✒ ଠିକ୍ ସେହିପରି , ଦୃଷ୍ଟିହୀନ କ୍ରିକେଟ ସମ୍ବନ୍ଧରେ ଆମେ ସେତେଟା ପରିଚିତ ନୁହେଁ, କିନ୍ତୁ ଆଜି ସେହି ଦୃଷ୍ଟିହୀନ ଖେଳାଳି ଆମ ଦେଶର ନାଁ କୁ ବହୁତ ଆଗକୁ ନେଇଯାଉଛନ୍ତି । ସେମାନଙ୍କ ଭିତରୁ ଜଣେ ତାରକା ହେଉଛନ୍ତି ପଙ୍କଜ ଭୁଏ ।   
     
                
     ✒ ତାଙ୍କର ଜନ୍ମଭୂମି ଓଡିଶା। ସେ ଓଡିଶାର ବରଗଡ ଜିଲ୍ଲା ଅନ୍ତର୍ଗତ ବରପାଲି ନିକଟସ୍ଥ ଫୁଲପାଲି ଗାଁ ର ବାସିନ୍ଦା । ଶିବାଲାଲ ଭୁଏ ହେଉଛନ୍ତି ତାଙ୍କର ବାପା । ବାପା ତାଙ୍କର ପେସାରେ ଜଣେ ଟ୍ର୍ଯାକ୍ଟର ଡ୍ରାଇଭର । ସେ ତାଙ୍କ ପରିବାରର ୪ ସନ୍ତାନ ସନ୍ତତି ମଧ୍ୟରୁ ଦ୍ୱ୍ୱିତୀୟ । ପଙ୍କଜ ତାଙ୍କର ସ୍କୁଲ ଶିକ୍ଷା ଭୀମ ଭୋଇ ଦୃଷ୍ଟିହୀନ ବିଦ୍ୟାଳୟ ଭୁବନେଶ୍ଵର ରେ ଶେଷ କରିବା ପରେ ରେଶମ୍ କଲେଜ ରେ ନିଜର +୨ ଶିକ୍ଷା ସମାପ୍ତ କରିଥିଲେ । ସେ ବର୍ତମାନ୍ ଭାରତୀୟ ଡାକ ବିଭାଗର ଓଡିଶା ପରିମଣ୍ଡଳ ଅଧିନସ୍ଥ ଭୁବନେଶ୍ବର ଡାକ ମଣ୍ଡଳ ଅନ୍ତର୍ଗତ ବରମୁଣ୍ଡା କଲୋନୀ ଡାକଘରେ ପୋଷ୍ଟମାନ ଭାବରେ କାର୍ଯ୍ୟରତ ।

   ✒ ପିଲାଟି ଦିନରୁ ତାଙ୍କର କ୍ରିକେଟ ପ୍ରତି ବହୁତ ଆଗ୍ରହ ଥିଲା । ନିଜର କ୍ଷୀଣ ଦୃଷ୍ଟିଶକ୍ତି ତାଙ୍କର କ୍ରିକେଟ ଖେଳ ପ୍ରତିଭା କୁ କୌଣସି ପ୍ରକାରେ ବାଧା ପହଞ୍ଚାଇପାରିନଥିଲା । ସେ ୨୦୦୫ ରୁ କ୍ରିକେଟ ଖେଳ ସହିତ ଜଡିତ ଅଛନ୍ତି । ସେ ଆନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରିକେଟ ରେ ନିଜର ଛାପ ଛାଡିଛନ୍ତି ।

୨୦୧୭ ମସିହାରେ ହେଇଥିବା ଇଷ୍ଟ ଜୋନ କ୍ରିକେଟ କପ ଫର ବ୍ଲାଇଣ୍ଡ ଟୁର୍ନାମେଣ୍ଟରେ ଚମ୍ପିୟନ ଓଡିଶା ଦଳର ସଦସ୍ୟ ଥିଲେ । ଏଥିରେ ଓଡିଶା ଲଗାତର ଷଷ୍ଠ ଥର ପାଇଁ ଚମ୍ପୀୟାନ୍ ହେଇଥିଲା । ଏହି ଟୁର୍ନାମେଣ୍ଟଟି ୨୦-୧୦-୨୦୧୭ ରୁ ୨୨-୧୦-୨୦୧୭ ଯାଏଁ କୋଲକାତା ରେ ଆୟଜୋନ କରଯାଇଥିଲା । ରାଜ୍ୟ ସ୍ତରରେ ଜଣେ ପ୍ରସିଦ୍ଧ ଦୃଷ୍ଟିହୀନ କ୍ରିକେଟର ହିସାବରେ ନିଜର ସଫଳତା ସାଉଁଟିବା ସହିତ ଜାତୀୟ ଓ ଆନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରିକେଟ ରେ ମଧ୍ୟ ବହୁତ ସଫଳତା ଲାଭ କରିଛନ୍ତି । 

 ✒ ୨୦୧୭ ଅକ୍ଟୋବର ୨୯ ରୁ ନଭେମ୍ବର ୩ ଯାଏ ହୋଇଥିବା ୨୪ତମ ଜାତୀୟ ଦୃଷ୍ଟିହୀନ କ୍ରିକେଟ ପ୍ରତିଯୋଗିତା ରେ ସେ ଓଡିଶା ଦଳର ଉପଅଧିନାୟକ ଥିଲେ ଯେଉଥିରେ ଓଡିଶା ସେମିଫାଇନାଲକୁ ଉର୍ନୀତ ହୋଇଥିଲା । ମେ ୮ ,୨୦୧୬ ରେ ହାଇଦ୍ରାବାଦ ର ଜିମଖାନା ଖେଳପଡିଆ ରେ  ଅନୁଷ୍ଠିତ ହୋଇଥିବା ଜାତୀୟ ଦୃଷ୍ଟିହୀନ କ୍ରିକେଟ ପ୍ରତିଯୋଗିତା ରେ ସେ ଚମ୍ପିୟାନ ଓଡିଶା ଦଳର ପ୍ରମୁଖ ସଦସ୍ୟ ମଧ୍ୟ ଥିଲେ । ଟି ୨୦ ବିଶ୍ଵକୁପ ରେ ମଧ୍ୟ ସେ ଭାରତୀୟ ଦଳରେ ୨୦୧୨ ମସିହାରେ ସ୍ଥାନ ପାଇଥିଲେ ଓ ତାଙ୍କର ଉତ୍ତମ ପ୍ରଦର୍ଶନ ବଳରେ ଭାରତୀୟ ଦଳ ଏହି ପ୍ରତିଯୋଗୀତାରେ ପାରମ୍ପରିକ ପ୍ରତିଦ୍ଵନ୍ଦୀ ପାକିସ୍ତାନ କୁ ପରାସ୍ତ କରି ଚମ୍ପିଆନ ହୋଇଥିଲା । ଏହି ମ୍ୟାଚ ରେ ସେ ପ୍ରତିପକ୍ଷ ଦଳର ୩ ଟି ମୂଲ୍ୟବାନ ୱିକେଟ ଅକ୍ତିଆର କରିଥିଲେ ଯାହା ଭାରତୀୟ ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।



✒ ସେ ସୁବ୍ରତ ଚାଟେର୍ଜୀ ଓ ଚନ୍ଦ୍ର ଶେଖର ପଟ୍ଟନାୟକ ଙ୍କ ଦ୍ଵାରା ପ୍ରଶିକ୍ଷଣ ନେଉଥିଲେ । ତାଙ୍କର ଏହି ସଫଳତା ପରେ , ତାଙ୍କୁ ଆଊ ଏକ ସଫଳତା ମିଳିଲା । ଯାହାର ଫଳସ୍ଵରୂପ ସେ ଭାରତୀୟ ଦୃଷ୍ଟିହୀନ କ୍ରିକେଟ ବିଶ୍ଵକପ ଦଲରେ ପୁନର୍ବାର ସାମିଲ ହେଲେ । ଏହି ଭାରତୀୟ ଦଲରେ ତାଙ୍କ ସହିତ ଓଡିଶା ର ମହମ୍ମଦ ଇକବାଲ ଜଫର ମଧ୍ୟ ସାମିଲ ଅଛନ୍ତି । ଆସନ୍ତା ତା ୦୭-୦୧-୨୦୧୮ ରୁ  ତା ୧୧-୦୧-୨୦୧୮ ରିଖ ଯାଏଁ ଭାରତୀୟ ଦଳ ପଞ୍ଚମ ଦୃଷ୍ଟିହୀନ ବିଶ୍ଵକପ ଖେଳିବା ପାଇଁ ଦୁବାଇ ଓ ପାକିସ୍ତାନ ଗସ୍ତ କରିବ । ଏହି ମେଗା ଇଭେନ୍ଟ ରେ ଭାରତ , ପାକିସ୍ତାନ ସମେତ ନେପାଲ , ବାଂଲାଦେଶ, ଶ୍ରୀଲଙ୍କା , ଅଷ୍ଟ୍ରେଲିୟା ଓ ଦକ୍ଷିଣ ଆଫ୍ରିକା ଭଳି ଦେଶ ଅଂଶଗ୍ରହଣ କରିବେ ।  

   ✒ ତାଙ୍କର ଏହି ସଫଳତା ଆଗକୁ ଜାରିରାହୁ ଓ ତାଙ୍କର କ୍ରିକେଟ ପ୍ରତିଭା ଅନ୍ୟ ମାନଙ୍କ ପାଇଁ ଏକ ଆଦର୍ଶ ପାଲଟୁ ଏହାହିଁ କାମନା । ସେ ଓଡିଶା ତଥା ଭାରତ ପାଇଁ ଆହୁରି ଅନେକ ସଫଳତା ଆଣିଦିଅନ୍ତୁ । ଭାରତୀୟ ଡାକ ପରିବାର ତରଫରୁ ତାଙ୍କୁ ଅନେକ ଅନେକ ଶୁଭକାମନା ।

No comments:

Post a Comment